accessibilty toolbox
color contrast
text size
highlighting more content
zoom in

ବର୍ତ୍ତମାନ ଯୁଗରେ, ଆମେ ଏକ ସମାନ୍ତରାଳ ଭର୍ଚୁଆଲ୍ ଦୁନିଆରେ ବସବାସ କରୁଛୁ ଯେଉଁଠାରେ ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି। ମୋବାଇଲ୍ ଟେକ୍ନୋଲୋଜୀର ବ୍ୟାପକ ପ୍ରସାର ଏବଂ ବ୍ୟବହାର ସାଇବର ଅପରାଧୀମାନଙ୍କୁ ସାଇବର ଅପରାଧ ଏବଂ ଠକେଇ କରିବା ପାଇଁ ନୂତନ ତଥା ଅତ୍ୟାଧୁନିକ ଉପାୟ ଅବଲମ୍ବନ କରିବାକୁ ଆକର୍ଷିତ କରୁଛି।

ମୋବାଇଲ୍ ସିମ୍ କ୍ଲୋନିଂ ହେଉଛି ଏକ ସାଇବର ଠକେଇ କିମ୍ବା ଅନଲାଇନ୍ ସ୍କାମିଂ ପଦ୍ଧତି ଯେଉଁଥିରେ ଠକମାନେ ବ୍ୟକ୍ତିଜଣଙ୍କ ଫୋନ୍ ନମ୍ବର ଉପରେ ନିୟନ୍ତ୍ରଣ ହାସଲ କରିନିଅନ୍ତି ଏବଂ ଏଥିରେ ହେରଫେର୍‌ କରନ୍ତି। ଠକମାନଙ୍କ ଦ୍ୱାରା ମୋବାଇଲ୍ ଗ୍ରାହକଙ୍କୁ ଠକିବା ପାଇଁ ଏହାର ଅଭ୍ୟାସ କରାଯାଏ।

ଏହା କଣ?

ସିମ୍ କ୍ଲୋନିଂ ମୂଳ ଭାବରେ ଏକ ଅସଲି ସିମ୍‌ରୁ ନକଲି ସିମ୍ ବନାଇଥାଏ। ଏହା ସିମ୍ ସ୍ୱାପିଂ ସହିତ ସମାନ। ଯଦିଓ, ଏହା ଟେକ୍ନିକାଲ୍‌ ଭାବେ ଏକ ପରିଷ୍କୃତ କୌଶଳ, ଯେଉଁଠାରେ ପ୍ରକୃତ ସିମ୍ କାର୍ଡ କପି କରିବା ପାଇଁ ସଫ୍ଟୱେର୍ ବ୍ୟବହୃତ କରାଯାଏ। ପୀଡିତଙ୍କ ଅନ୍ତରାଷ୍ଟ୍ରୀୟ ମୋବାଇଲ୍ ସବସ୍କ୍ରାଇବର ପରିଚୟ (IMSI) ଏବଂ ଏନକ୍ରିପସନ୍ କିର ଆକ୍ସେସ୍‌ ପାଇବାକୁ ଏହା କରାଯାଇଥାଏ, ଯାହାକୁ ମୋବାଇଲ୍ ଟେଲିଫୋନରେ ଗ୍ରାହକଙ୍କୁ ଚିହ୍ନଟ ଏବଂ ପ୍ରାମାଣିକରଣ ପାଇଁ ବ୍ୟବହୃତ କରାଯାଏ। ସିମ୍ର କ୍ଲୋନିଂ କରିବା ଦ୍ୱାରା ଠକମାନେ ମୋବାଇଲ୍ ନମ୍ବର ବ୍ୟବହାର କରି ନିୟନ୍ତ୍ରଣ ଏବଂ ଟ୍ରାକିଂ କରିବା, ନୀରିକ୍ଷଣ କରିବା, କଲ୍ ଶୁଣିବା, କଲ କରିବା ଏବଂ ଟେକ୍ସଟ୍‌ ପଠାଇବାରେ ସକ୍ଷମ ହେବେ।