ଭାରତ 01 ଡିସେମ୍ବର 2022ରୁ 30 ନଭେମ୍ବର 2023 ପର୍ଯ୍ୟନ୍ତ ଏକ ବର୍ଷ ପାଇଁ G20 ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି। G20 କିମ୍ୱା ଗ୍ରୁପ୍ ଅଫ୍ ଟ୍ୱେଣ୍ଟି ହେଉଛି ବିଶ୍ୱର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥବ୍ୟବସ୍ଥାର ଏକ ଅନ୍ତଃସରକାରୀ ମଞ୍ଚ ଅଟେ। ଏଥିରେ 19 ଟି ଦେଶ (ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ, ମେକ୍ସିକୋ, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ୟୁକେ, ୟୁଏସ୍ଏ) ଏବଂ ୟୁରୋପୀଆନ୍ ୟୁନିଅନ୍ (ଇୟୁ) ଅନ୍ତର୍ଭୂକ୍ତ ରହିଛନ୍ତି । ସମଗ୍ର ଭାବରେ, ଗ୍ଲୋବାଲ୍ ଜିଡିପିର 85%, ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର 75% ଏବଂ ବିଶ୍ୱ ଜନସଂଖ୍ୟାର ଦୁଇ-ତୃତୀୟାଂଶ ଅଟେ, ଯାହା ଏହାକୁ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସହଯୋଗର ଏକ ପ୍ରମୁଖ ମଞ୍ଚ ପରିଣତ କରିଛି।
ଅଧିକ ଜାଣନ୍ତୁ