accessibilty toolbox
color contrast
text size
highlighting more content
zoom in

ସୋଶିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ଯୋଗାଯୋଗର ଇଣ୍ଟରାକ୍ଟିଭ୍ ଚ୍ୟାନେଲ୍ ପ୍ରଦାନ କରିଥାଏ ଏବଂ ଏହାର ବ୍ୟବହାରକାରୀମାନଙ୍କୁ ଆକର୍ଷଣୀୟ ଏବଂ ମନୋରଞ୍ଜକ ଉପାୟରେ ଯୋଡ଼ିହେବା, କଥାବାର୍ତ୍ତା କରିବା, ସୂଚନା ବାଣ୍ଟିବା, ମିଡିଆ ଅଂଶୀଦାର କରିବା, ରୁଚି ବିକାଶିତ କରିବା, ନୂଆ ଜିନିଷ ଶିଖିବା, ୱେବ୍ ବିଷୟବସ୍ତୁ ବନାଇବା ଇତ୍ୟାଦିର ଅନୁମତି ଦେଇଥାଏ। ସାରା ଦୁନିଆରେ କୋଟି କୋଟି ଲୋକ ସୋଶିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର କରନ୍ତି ଏବଂ ଏହି ସଂଖ୍ୟା କେବଳ ବଢ଼ିବାକୁ ଲାଗିଛି।

ଏହି ପ୍ଲାଟଫର୍ମଗୁଡ଼ିକ ଯେଉଁ ଆରାମ, ସୁବିଧା ଏବଂ ମନୋରଞ୍ଜକ ମାଧ୍ୟମ ପ୍ରଦାନ କରିଥାଆନ୍ତି, ବ୍ୟବହାରକାରୀମାନେ ଏହାକୁ ବହୁତ ଅଧିକ ବ୍ୟବହାର କରିବାକୁ ଲାଗନ୍ତି ଏବଂ ଅନେକ ଥର ଏହା ଦେଖାଯାଇଛି ଯେ ସେମାନେ ଏଗୁଡ଼ିକ ପ୍ରତି ଆସକ୍ତ ହୋଇପଡ଼ନ୍ତି।