accessibilty toolbox
color contrast
text size
highlighting more content
zoom in

ନିଯୁକ୍ତି ସ୍କାମ୍ ହେଉଛି ଭ୍ରାନ୍ତିକର ଅଭ୍ୟାସ ଯାହା ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ସୂଚନା ପ୍ରଦାନ କରିବା, ଶୁଃଳ୍କ ପଇଠ କରିବା କିମ୍ବା ଜାଲିଆତି ଚାକିରି ଅଫରର ଶିକାର ବନାଇବାକୁ ଚେଷ୍ଟା କରେ। ସମ୍ଭାବ୍ୟ ଆର୍ଥିକ କ୍ଷତି ଏବଂ ପରିଚୟ ଚୋରିରୁ ନିଜକୁ ରକ୍ଷା କରିବା ପାଇଁ ଏହି ସ୍କାମ୍‌ ବିଷୟରେ ସଚେତନ ରହିବା ଆବଶ୍ୟକ। ଏଠାରେ କିଛି ସାଧାରଣ ପ୍ରକାରର ନିଯୁକ୍ତି ସ୍କାମ ରହିଛି:

ଠକ ଚାକିରି ଅଫର୍‌:

ସ୍କାମରମାନେ ନିଜକୁ ନିଯୁକ୍ତିଦାତା କିମ୍ବା ନିଯୋକ୍ତା ଭାବରେ ଉପସ୍ଥାପିତ କରି ଚାକିରିର ସୁଯୋଗ ପ୍ରଦାନ କରନ୍ତି। ସେମାନେ ଇମେଲ, ସୋଶିଆଲ ମିଡିଆ କିମ୍ବା ଅନଲାଇନ୍ ଚାକିରି ପୋର୍ଟାଲ ମାଧ୍ୟମରେ ଚାକିରି ଖୋଜୁଥିବା ଲୋକଙ୍କୁ ସମ୍ପର୍କ କରନ୍ତି। ସ୍କାମରମାନେ ସାଧାରଣତଃ ବ୍ୟକ୍ତିଗତ ସୂଚନା କିମ୍ବା ପ୍ରୋସେସିଂ ଫି, ବ୍ୟାକଗ୍ରାଉଣ୍ଡ ଯାଞ୍ଚ, କିମ୍ବା ପ୍ରଶିକ୍ଷଣ ସାମଗ୍ରୀ ପାଇଁ ପଇଠ କରିବାକୁ ଅନୁରୋଧ କରନ୍ତି।

ୱର୍କ-ଫ୍ରମ୍‌ ହୋମ୍‌ ସ୍କାମ୍‌:

ସ୍କାମରମାନେ ଘରୁ କାମ କରିବାର ସୁଯୋଗକୁ ବିଜ୍ଞାପନରେ ଦେଇଥାନ୍ତି ଯାହାକି ଅଳ୍ପ ପରିଶ୍ରମ ସହିତ ଅଧିକ ଆୟର ପ୍ରତିଶୃତି ଦେଇଥାଏ। ସେମାନଙ୍କୁ ଜବ୍‌ କିଟ୍‌, ପ୍ରଶିକ୍ଷଣ ସାମଗ୍ରୀ, କିମ୍ବା ସଫ୍ଟୱେର୍ ପାଇଁ ସେମାନେ ଏକ ଅଗ୍ରୀମ ଦେୟ ଆବଶ୍ୟକ କରିପାରନ୍ତି। ଘରୁ କାମ କରିବାର ପ୍ରାୟତଃ ଅସ୍ତୀତ୍ୱହୀନ ହୋଇଥାଏ କିମ୍ବା ଅବୈଧ କାର୍ଯ୍ୟକଳାପ ସହିତ ଜଡିତ ଥାଏ।

ପିରାମିଡ୍‌ ସ୍କିମ୍‌:

ସ୍କାମରମାନେ ପିରାମିଡ୍ ସ୍କିମ୍‌ଗୁଡ଼ିକୁ ରୋଜଗାରର ସୁଯୋଗ ଭାବରେ ଲୁଚେଇଥାନ୍ତି। ସେମାନେ ଚାକିରୀ ଖୋଜୁଥିବା ଲୋକଙ୍କୁ ଅନ୍ୟମାନଙ୍କୁ ନିଯୁକ୍ତି ଦେବାକୁ ଏବଂ ସେମାନଙ୍କ ନିଯୁକ୍ତି ପ୍ରୟାସରୁ ରୋଜଗାର କରିବାକୁ କୁହନ୍ତି। ଏହି ଯୋଜନାଗୁଡିକ ବୈଧ କାର୍ଯ୍ୟ କିମ୍ବା ଉତ୍ପାଦ ବିକ୍ରୟ ପରିବର୍ତ୍ତେ ନିରନ୍ତର ନିଯୁକ୍ତି ଉପରେ ନିର୍ଭର କରିଥାଏ।