accessibilty toolbox
color contrast
text size
highlighting more content
zoom in

ଡିଜିଟାଲ୍‌ ଫୁଟ୍‌ପ୍ରିଣ୍ଟ ମାନେ ସେହି ଚିହ୍ନ ଏବଂ ଡାଟାକୁ ସଂଦର୍ଭିତ କରିଥାଏ ଯାହା ବ୍ୟକ୍ତିଜଣକ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ଇଣ୍ଟରନେଟରେ ଯୋଗାଯୋଗ କରିବା ସମୟରେ ଛାଡିଥାନ୍ତି। ଏହାକୁ ବେଳେବେଳେ ଏକ ଡିଜିଟାଲ୍ ଶ୍ୟାଡୋ କିମ୍ବା ଇଲେକ୍ଟ୍ରୋନିକ୍ ଫୁଟ୍‌ପ୍ରିଣ୍ଟ ମଧ୍ୟ କୁହାଯାଇଥାଏ।

ଏଥିରେ ୱେବସାଇଟ୍, ସୋଶିଆଲ୍ ମିଡିଆ, ଅନଲାଇନ୍ ସେବା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ସମୟରେ ଉତ୍ପନ୍ନ ହେଉଥିବା ସୂଚନା ଏବଂ ଗତିବିଧି ଅନ୍ତର୍ଭୂକ୍ତ ଏହି ଡିଜିଟାଲ୍ ଟ୍ରେଲ୍ ଉଦ୍ଦେଶ୍ୟମୂଳକ କିମ୍ବା ଅଜାଣତରେ ସୃଷ୍ଟି କରାଯାଇପାରିବ ଏବଂ ଏଥିରେ ବିଭିନ୍ନ ପ୍ରକାରର ତଥ୍ୟ ଯେପରିକି ବ୍ୟକ୍ତିଗତ ସୂଚନା, ଅନଲାଇନ୍ ବ୍ୟବହାର, ଯୋଗାଯୋଗ ପ୍ୟାଟର୍ନ ଏବଂ ଅନଲାଇନ୍ ଦେଣନେଣ ଅନ୍ତର୍ଭୁକ୍ତ

ଡିଜିଟାଲ୍ ଫୁଟ୍ପ୍ରିଣ୍ଟ ପ୍ରକୃତିରେ ଅପେକ୍ଷାକୃତ ସ୍ଥାୟୀ ଏବଂ ଥରେ ପୋଷ୍ଟ ହୋଇସାରିଥିବା ତଥ୍ୟ କିମ୍ବା ସୂଚନା ସାର୍ବଜନୀନ ହେବା ପରେ, ମାଲିକଙ୍କ ଏହାର ବ୍ୟବହାର ଉପରେ କୌଣସି ନିୟନ୍ତ୍ରଣ ରହିବ ନାହିଁ ଏହା ଏକ ସକରାତ୍ମକ ବା ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ବେଳେବେଳେ ସାଇବର ଠକମାନେ ଏହାର ଲାଭ ଉଠାଇପାରନ୍ତି ଏଥିପାଇଁ ବ୍ୟବହାରକାରୀମାନଙ୍କ ପାଇଁ ଡିଜିଟାଲ୍ ଫୁଟ୍ପ୍ରିଣ୍ଟର ସମ୍ଭାବ୍ୟ ପ୍ରଭାବ ବିଷୟରେ ଜାଣିବା ଏବଂ ଅନଲାଇନ୍ରେ ଡିଜିଟାଲ୍ ସମ୍ୱଳଗୁଡିକର ବ୍ୟବହାର ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ