accessibilty toolbox
color contrast
text size
highlighting more content
zoom in

ସ୍ମାର୍ଟଫୋନ୍ ଆମକୁ ଏକ ବଟନ୍ ଦବେଇ ସେବାଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚି ପାରିବାର ଆରାମ, ସୁବିଧା ଏବଂ ସମ୍ଭାବ୍ୟତା ସହିତ ସୁସଜ୍ଜିତ କରିଛି। ଏହା ଆମର ଦୈନନ୍ଦିନ ଦେଣନେଣ ଏବଂ ଯୋଗାଯୋଗ ପାଇଁ ଏହା ଏକ ଅତ୍ୟାବଶ୍ୟକ ଉପକରଣ ପରିଣତ ହୋଇପାରିଛି। ଦେଣନେଣ ଏବଂ ଯୋଗାଯୋଗର ଅଭିଜ୍ଞତାକୁ ଆହୁରି ଉନ୍ନତ କରିବା ପାଇଁ, ଡିଜିଟାଲ୍ ବ୍ୟବହାରକାରୀଙ୍କ ପାଇଁ ଅନେକ ମୋବାଇଲ୍ ଆପ୍ ଉପସ୍ଥାପିତ ହେଉଛି। ଏହି ଆପ୍‌ଗୁଡ଼ିକୁ ଅତି ସହଜରେ ଡାଉନଲୋଡ୍ କରାଯାଇପାରିବ ଏବଂ ବ୍ୟବହାର କରିବାକୁ ମଜାଦାର ଅଟେ। ଯଦିଓ, ଏହି ଆପଗୁଡ଼ିକ ସୁରକ୍ଷା ବିପଦ ସୃଷ୍ଟି କରିପାରନ୍ତି।

ଡିଭାଇସ୍ ଏବଂ ଡାଟା ସୁରକ୍ଷା ସୁନିଶ୍ଚିତ କରିବାକୁ ଯେକୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ଦେବା ଉଚିତ। ଯେକୌଣସି ମଧ୍ୟ ଆପ୍‌ର ଏକ କାଜୁଆଲ୍ ଡାଉନଲୋଡ୍ ଆପଣଙ୍କ ଡିଭାଇସ୍‌ରେ କିଛି ହେରଫେର୍‌ କରିପାରେ ଏବଂ ଡାଟା ଉଲଘଂନର କାରଣ ହୋଇପାରେ।

ଆସନ୍ତୁ ମୋବାଇଲ୍ ଆପ୍ଲିକେସନ୍ ଡାଉନଲୋଡ୍ କରିବା ସମୟରେ ସମ୍ଭାବ୍ୟ ବିପଦ ଏବଂ ସୁରକ୍ଷା ବ୍ୟବସ୍ଥାଗୁଡ଼ିକ ଉପରେ ବିଚାର କରିବା।